ଦୀର୍ଘ ଆରୋଗ୍ୟ ପ୍ରାର୍ଥନା (#15629)

ଦୀର୍ଘ ଆରୋଗ୍ୟ ପ୍ରାର୍ଥନା
ସ୍ୱୟଂ ସେ ହେଉଛନ୍ତି ଆରୋଗ୍ୟଦାତା, ପୂରଣକାରୀ, ସହାୟତା-ପ୍ରଦାନକାରୀ, ସର୍ବକ୍ଷମାଶୀଳ ଓ ସର୍ବ କରୁଣାମୟ ।

ମୁଁ ତୁମକୁ ମିନତି କରୁଛି, ହେ ପରମ ମହାନ୍, ହେ ପରମ ବିଶ୍ୱସନୀୟ, ହେ ଗରିମାମୟ ଦିବ୍ୟାତ୍ମା ! ତୁମେ ହିଁ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ମିନତି କରୁଛି, ହେ ସାର୍ବଭୌମ ସମ୍ରାଟ, ହେ ଉତ୍ଥାନ ର୍କା, ହେ ନ୍ୟାୟଦାତା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି, ହେ ଅନୁପମ ଦିବ୍ୟ ପୁରୁଷ, ହେ ଅନନ୍ତ ଦିବ୍ୟ ପୁରୁଷ, ହେ ଏକମେବ ଅଧୀଶ୍ୱର ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା; ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି, ହେ ପରମ ପ୍ରଶଂସନୀୟ, ହେ ଦିବ୍ୟ ସା, ହେ ସହାୟତା ପ୍ରଦାନକାରୀ, ତୁମେ ପୂରଣକାରୀ,     ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି, ହେ ସର୍ବଜ୍ଞାତା, ହେ ପରମ ବିଜ୍ଞ, ହେ ପରମ ମହାନ୍ ପୁରୁଷ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି, ହେ ପରମ କରୁଣାମୟ, ହେ ମହିମାମୟ, ହେ ର୍ନିାୟକ ପୁରୁଷ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ଏକାନ୍ତ ପ୍ରିୟତମ, ହେ ଚିରବାିତ, ହେ ପ୍ରୀତିମୟ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ସର୍ବଶକ୍ତିମାନ୍, ହେ ପ୍ରାଣଧାର ଦେବତା, ହେ ସାମର୍ଥ୍ୟବାନ୍ ଦିବ୍ୟପୁରୁଷ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି, ହେ ଦିବ୍ୟ ଶାସନର୍କା, ହେ ସ୍ୱୟଂ ନିର୍ଭରଶୀଳ, ହେ ସର୍ବଜ୍ଞାତା ଦିବ୍ୟପୁରୁଷ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି, ହେ ଦିବ୍ୟସା, ହେ ଦିବ୍ୟ ଜ୍ୟୋତିଃ, ହେ ସର୍ବୋଚ୍ଚ ପରିପ୍ରକାଶ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ତୁମେ ସମସ୍ତଙ୍କ ସୁଲଭ୍ୟ ପ୍ରଭୁ, ହେ ତୁମେ ସର୍ବ-ବିଦିତ ପ୍ରଭୁ, ହେ ତୁମେ ସଭିଙ୍କ ନିକଟରେ ପରମ ଗୋପନୀୟ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ପରମ ଗୋପନୀୟ ପ୍ରଭୁ, ହେ ଉଲ୍ଲସିତ ବିଜେତା, ହେ ମହାନ୍ ବରଦାତା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି, ହେ ସର୍ବଶକ୍ତିମାନ୍, ହେ ଦିବ୍ୟ ଆର୍ତ୍ରାଣ, ହେ ପରମଗୋପ୍ୟ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ଦିବ୍ୟ ନିର୍ମାତା, ହେ ସନ୍ତୋଷ ବିଧାନକାରୀ, ହେ ସଂହାରର୍କା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ଉଦୀୟମାନ ଦିବ୍ୟସା, ହେ ସ୧ିଳିତ ଜ୍ୟୋତିଃ, ହେ ସମୁନ୍ନତ ପୁରୁଷ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ଉକ୍ରର୍ଷ ପ୍ରଦାନକାରୀ, ହେ ସର୍ବବନ୍ଧନମୁକ୍ତ, ହେ ପରମବଦାନ୍ୟ ପ୍ରଭୁ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ମହାନ୍ ପରୋପକାରୀ, ହେ ମହାନ୍ ଅବରୋଧକାରୀ, ହେ ସୃଜନର୍କା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ପରମ ମହାନ୍ ପ୍ରଭୁ, ହେ ପରମ ସୌନ୍ଦର୍ଯ୍ୟମୟ, ହେ ପରମ କୃପାଳୁ ପରମାତ୍ମା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 
ମୁଁ ତୁମକୁ ନିବେଦନ କରୁଛି ହେ ନ୍ୟାୟବନ୍ତ, ହେ କରୁଣାମୟ ଭଗବାନ୍, ହେ ପରମ ଉଦାର ପ୍ରଭୁ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ସର୍ବାଧିକାରୀ, ହେ ଚିରଶାଶ୍ୱତ, ହେ ସର୍ବଜ୍ଞାତା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ଐଶ୍ୱର୍ଯ୍ୟମୟ, ହେ ଅନନ୍ତଯୁଗର ଅଧିପତି, ହେ ମହାନୁଭବ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ପରମ ସୁରକ୍ଷିତ ସା, ହେ ଦିବ୍ୟ ଆନନ୍ଦର ସ୍ୱାମୀ, ହେ ଚିର ଈପ୍ସିତ୍ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ତୁମେ ସର୍ବଦୟାଳୁ, ହେ ତୁମେ ସର୍ବକୃପାଳୁ, ହେ ପରମ କଲ୍ୟାଣକାରୀ, ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ସମସ୍ତଙ୍କ ଜୀବନ ତରୀର ପରମ ବିଶ୍ରାମସ୍ଥଳ, ହେ ସମସ୍ତଙ୍କର ଆଶ୍ରୟଦାତା, ହେ ସମସ୍ତଙ୍କର ସଂରକ୍ଷକ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 
ମୁଁ ତୁମକୁ ନିବେଦନ କରୁଛି ହେ ତୁମେ ସମସ୍ତଙ୍କର ବିପଦର ବନ୍ଧୁ, ହେ ତୁମେ ସମସ୍ତଙ୍କର ଆର୍ତ୍ରାଣ, ହେ ସଂଜୀବନୀଦାତା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ଉନ୍ମୋଚନକାରୀ, ହେ ସର୍ବଦମନକାରୀ, ହେ ପରମ କ୍ଷମାଶୀଳ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ମୋର ଦିବ୍ୟାତ୍ମା, ହେ ମୋର ପ୍ରିୟତମ, ହେ ମୋର ପରମ ବିଶ୍ୱାସ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ତୃଷା ନିବାରଣକାରୀ, ହେ ଅତୀନ୍ଦ୍ରିୟ ପ୍ରଭୁ, ହେ ପରମ ମହାର୍ଘ ସା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ସର୍ବ ମହାନ୍ ଦିବ୍ୟ ସ୍ମରଣ, ହେ ସର୍ବୋମ ଦିବ୍ୟ ନାମ, ହେ ପରମ ପ୍ରାଚୀନ ଦିବ୍ୟମାର୍ଗ ! ତୁମେ     ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ପରମ ବନ୍ଦନୀୟ, ହେ ପରମ ପାବନ, ହେ ପବିତ୍ରତମ ଦିବ୍ୟସା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ସର୍ବ-ବନ୍ଧନ ମୁକ୍ତିଦାତା, ହେ ମହାନ୍ ଉପଦେଷ୍ଟା, ହେ ମୁକ୍ତିଦାତା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ପରମ ବନ୍ଧୁ, ହେ ଦିବ୍ୟ ଚିକିକ, ହେ ବିମୋହନକାରୀ ଦିବ୍ୟସ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି, ହେ ଦିବ୍ୟ ଐଶ୍ୱର୍ଯ୍ୟ, ହେ ପରମ ସୌନ୍ଦର୍ଯ୍ୟ, ହେ ପରମ କୃପାଳୁ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ପରମ ବିଶ୍ୱସନୀୟ, ହେ ସର୍ବୋମ ପ୍ରେମିକ, ହେ ଦିବ୍ୟ ପ୍ରତୁ୍ୟଷର ପ୍ରଭୁ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 
ମୁଁ ତୁମକୁ ନିବେଦନ କରୁଛି ହେ ଦିବ୍ୟଜ୍ୟୋତି ପ୍ରକାଶକ, ହେ ଦୀପ୍ତିଦାତା, ହେ ଆନନ୍ଦଦାତା ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 


ମୁଁ ତୁମକୁ ନିବେଦନ କରୁଛି ହେ କୃପାଳୁ ପ୍ରଭୁ, ହେ ପରମ କରୁଣାମୟ, ହେ ପରମ ଦୟାଳୁ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 
ମୁଁ ତୁମକୁ ନିବେଦନ କରୁଛି ହେ ଚିରସ୍ଥାୟୀ, ହେ ଜୀବନଦାତା, ହେ ସକଳ ପ୍ରାଣୀଙ୍କ ମୂଳାଧାର ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ସର୍ବଭେଦୀ, ହେ ସର୍ବଦ୍ରଷ୍ଟା ଈଶ୍ୱର, ହେ ଦିବ୍ୟବାଣୀର ପ୍ରଭୁ ! ତୁମେ ପୂରଣକାରୀ,     ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ସ୍ୱୟଂପ୍ରକାଶ ଅଥଚ ପରମ ଗୋପନୀୟ, ହେ ଅଦୃଶ୍ୟ ଅଥଚ ସୁବିଖ୍ୟାତ, ହେ ସମସ୍ତଙ୍କର ଆକାଙ୍କ୍ଷିତ ନିରୀକ୍ଷକ ! ତୁମେ ପୂରଣକାରୀ, ତୁମେ ଆରୋଗ୍ୟଦାତା, ତୁମେ ଚିରନ୍ତନ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ମୁଁ ତୁମକୁ ନିବେଦନ କରୁଛି ହେ ଅନୁରକ୍ତ ପ୍ରେମିକମାନଙ୍କର ବିନାଶକାରୀ, ହେ ଦୁର୍ଜନମାନଙ୍କର କରୁଣାର ପ୍ରଭୁ ! 

ହେ ପୂରଣକାରୀ, ମୁଁ ତୁମକୁ ଅନୁନୟ କରୁଛି, ହେ ପୂରଣକାରୀ! ହେ ଆରୋଗ୍ୟଦାତା, ମୁଁ ତୁମକୁ ଅନୁନୟ କରୁଛି, ହେ ସ୍ୱୟଂ ଆରୋଗ୍ୟଦାତା ! 

ହେ ଚିରନ୍ତନ, ମୁଁ ତୁମକୁ ଅନୁନୟ କରୁଛି, ହେ ଚିରନ୍ତନ ! ତୁମେ ଚିର-ଶାଶ୍ୱତ, ହେ ତୁମେ ସ୍ୱୟଂ ଶାଶ୍ୱତ ପୁରୁଷ ! 

ତୁମେ ହେଉଛ ପବିତ୍ରମୟ, ହେ ମୋର ପରମେଶ୍ୱର ! ତୁମ ଉଦାରତାର ଦ୍ୱାହିଦେଇ ମୁଁ ତୁମକୁ ବିନୀତ ପ୍ରାର୍ଥନା କରୁଛି ଯେଉଁଠାରେ ତୁମର କୃପା ଓ କରୁଣାର ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ     ହୋଇଥିଲା, ସେଠାରେ ଶାଶ୍ୱତ ସିଂହାସନ ଉପରେ ତୁମ ପବିତ୍ରତାର ଦିବ୍ୟ କଳେବର ସ୍ୱୟଂ ସଂସ୍ଥାପିତ ହୋଇଥିଲେ ଏବଂ ତୁମର କରୁଣାର ଦ୍ୱାହିଦେଇ ମୁଁ ବିନୀତ ପ୍ରାର୍ଥନା କରୁଛି ଯେ ତୁମେ ସକଳ ସୃଷ୍ଟ ବସ୍ତୁକୁ ପର୍ଯ୍ୟାପ୍ତଭାବେ ରଖାଯାଇଥିବା ଉପହାର ସ୍ଥଳକୁ ଆମବଣ କରିଥିଲ, ତୁମର ସେହି ଅନୁଗ୍ରହର ଦ୍ୱାହିଦେଇ ତୁମକୁ ବିନୀତ ପ୍ରାର୍ଥନା କରୁଛି ଯେ, ତୁମେ ସ୍ୱୟଂ ତୁମରି କଣ୍ଠରେ ସ୍ୱର୍ଗ ଓ ର୍ମ୍ୟବାସୀଙ୍କ ତରଫରୁ କହିଥିଲ ହଁ ଏବଂ ଠିକ୍ ସେତେବେଳେ ସେହି ପ୍ରତୁ୍ୟଷ ସମୟରେ ତୁମର ସାର୍ବଭୌମତ୍ୱ ଓ ମହାନୁଭବତା ପ୍ରକଟିତ ହୋଇଥିଲା ଏବଂ ତୁମର ସାମ୍ରାଜ୍ୟ ବିକଶିତ ହୋଇଥିଲା । ପୁଣି ତୁମର ଏହି ଅତି ସୁନ୍ଦର ନାମାବଳୀ, ଦିବ୍ୟ ଗୁଣରାଶି, ସୁମହାନ୍ ସ୍ମୃତିଚାରଣ, ଶୁଦ୍ଧ ଓ ଅକଳଙ୍କ ସୌନ୍ଦର୍ଯ୍ୟ ତଥା ତୁମର ଅତ୍ୟନ୍ତ ଗୋପନୀୟ ଶିବିରରେ ଥିବା ସେହି ଦିବ୍ୟ ଗୁପ୍ତ ଜ୍ୟୋତିଃ ଏବଂ ପ୍ରତି ସକାଳ ଓ ସନ୍ଧ୍ୟାରେ ଯବଣାର ପୋଷାକରେ ଆବୃ ହୋଇଥିବା ତୁମର ସେହି ଦିବ୍ୟ ନାମର ଦ୍ୱାହିଦେଇ ମୁଁ ବିନୀତ ପ୍ରାର୍ଥନା କରୁଛି ଯେ, ଏହି ପବିତ୍ର ଫଳକଲିପିର ସଂବାହକଙ୍କୁ ଏବଂ ଏହି ଫଳକଲିପିକୁ ପାଠକରୁଥିବା, ଏହାକୁ ଦର୍ଶନ କରୁଥିବା ବା ଯେଉଁ ଗୃହରେ ଏହା ରଖାଯାଇଛି, ତାହାର ଚାରିପଟେ ଚାଲିଯାଉଥିବା ଯେକୌଣସି ବ୍ୟକ୍ତିକୁ ତୁମେ ସୁରକ୍ଷା ପ୍ରଦାନ କର । ଏହାରି ମାଧ୍ୟମରେ ତୁମେ ପ୍ରତ୍ୟେକ ପୀଡ଼ିତ, ରୋଗଗ୍ରସ୍ତ ଓ ନିଃସ୍ୱ     ବ୍ୟକ୍ତିଙ୍କୁ ପ୍ରତିଟି କ୍ଳେଶ ଓ ଯବଣାରୁ ଏବଂ ପ୍ରତିଟି ଦାରୁଣ ପୀଡ଼ା ଓ ଅବସାଦରୁ ଆରୋଗ୍ୟକର ଏବଂ ଏହା ମାଧ୍ୟମରେ ଯେଉଁମାନେ ତୁମ ନିର୍ଦ୍ଧାରିତ ପଥରେ ତୁମର କ୍ଷମା ଓ କରୁଣାର ପଥରେ ଯିବା ପାଇଁ ଆଗ୍ରହୀ, ସେମାନଙ୍କୁ ତୁମେ ମାର୍ଗ ଦର୍ଶନ କରାଅ । 

ସତ୍ୟତଃ, ତୁମେ ହେଉଛ ପରମ ଶକ୍ତିଶାଳୀ, ସର୍ବପୂରଣକାରୀ, ଦିବ୍ୟ ଆରୋଗ୍ୟଦାତା, ଦିବ୍ୟ ସୁରକ୍ଷକ, ମହାନ୍ ଦାତା, ପରମ ଦୟାଳୁ, ପରମ ଉଦାର, ସର୍ବ କରୁଣାମୟ ।

-Bahá'u'lláh
-----------------------

